ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ ସମେତ ଓଡ଼ିଶାର ୬ ଜିନିଷକୁ ମିଳିଲା ଜିଆଇ ଟ୍ଯାଗ୍ | News Room Odisha

ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ ସମେତ ଓଡ଼ିଶାର ୬ ଜିନିଷକୁ ମିଳିଲା ଜିଆଇ ଟ୍ଯାଗ୍

ଭୁବନେଶ୍ୱର – ନୟାଗଡ଼ ଜିଲ୍ଲାର ଲୋକପ୍ରିୟ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଛି ଜିଆଇ ଟ୍ଯାଗ୍ । କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ଯାଗ୍ ଦିଆଯାଇଛି। ଜିଆଇ ଟ୍ଯାଗ୍ ପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯିବା ପରେ ୨୦୨୧ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ଯାଗ୍ ଦେବା ପାଇଁ ଆବେଦନ କରାଯାଇଥିଲା ।

ଓଡ଼ିଶାର ଆଉ ୫ଟି ଜିନିଷକୁ ମଧ୍ୟ ଜିଆଇ ଟ୍ଯାଗ୍ ମିଳିଛି । ଖଜୁରୀ ଗୁଡ଼, ରାୟଗଡ଼ାର ଲାଞ୍ଜିଆସଉରା ପେଣ୍ଟିଂ, ମୟୂରଭଞ୍ଜ ଜିଲ୍ଲାର କାଇପିମ୍ପୁଡ଼ି ଆଚାର, ଢେଙ୍କାନାଳର ମଗଜି ଲଡୁ ଓ କୋରାପୁଟର କଳାଜିରା ଧାନକୁ ମଧ୍ୟ ଜିଆଇ ଟ୍ୟାଗ୍ ଦେଇଛି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ।