ଲାଞ୍ଚ ନେଉଥିବା ବେଳେ ଆରଆଇଙ୍କୁ ଧରିଲା ଭିଜିଲାନ୍ସ | News Room Odisha

ଲାଞ୍ଚ ନେଉଥିବା ବେଳେ ଆରଆଇଙ୍କୁ ଧରିଲା ଭିଜିଲାନ୍ସ

ବାରିପଦା – ଲାଞ୍ଚ ନେବାବେଳେ ଧରାପଡିଲେ ରାଜସ୍ୱ ନିରୀକ୍ଷକ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ତହସିଲର ଜୟପୁର ସର୍କଲର ରାଜସ୍ୱ ନିରୀକ୍ଷକ ରାକେଶ କୁମାର ପାତ୍ର। ଜଣେ ବ୍ୟକ୍ତିଙ୍କର ୫ଟି ପ୍ଳଟର ଚିହ୍ନଟ କାର୍ଯ୍ୟ ପାଇଁ ଆରଆଇ ରାକେଶ ପାତ୍ର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସକୁ ସୂଚନା ଦେବା ପରେ ଲାଞ୍ଚୁଆ ଆରଆଇଙ୍କୁ ଧରିବା ପାଇଁ ଜାଲ ବିଛେଇ ଥିଲା ଭିଜିଲାନ୍ସ।
ଆଜି ଆରଆଇ ରାକେଶ କୁମାର ପାତ୍ର ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯିବା ସହ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।