ଖଡିଆଳରେ ମିଶନ ଶକ୍ତି କାଫେ ଉଦଘାଟିତ | News Room Odisha

ଖଡିଆଳରେ ମିଶନ ଶକ୍ତି କାଫେ ଉଦଘାଟିତ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ମିଶନ ଶକ୍ତି କାଫେ ଉଦଘାଟିତ ହୋଇଛି । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାଫେକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

ରାଜ୍ୟ ସରକାର ମହିଳା ମାନଙ୍କର ସର୍ବାଙ୍ଗୀନ ଉନ୍ନତି ସହ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟତା ଦେଇ ଆସୁଛନ୍ତି। ଏହି ମିଶନ ଶକ୍ତି କାଫେ ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ପାଦ ଆଗକୁ ଯାଇ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଅନୁପ୍ରାଣୀତ କରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସେହିପରି ସଂପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ଵାରା ପରିଚାଳିତ ଏହି ଅଭିନବ କାଫେ ସ୍ୱାବଲମ୍ବନ ହେବାରେ ଅନେକ ମହିଳାଙ୍କୁ ଅନୁପ୍ରାଣୀତ କରିବ ବୋଲି ଏହାର ଉଦଘାଟନ ଅବସରରେ କହିଛନ୍ତି। ଆଜିର ଉଦଘାଟନ ସମୟରେ ଖଡ଼ିଆଳ ବିଡିଓ ବିରସେନ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା ସମେତ ମିଶନ ଶକ୍ତିର ମହିଳାମାନେ ଉପସ୍ଥିତ ଥିଲେ ।