ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ସୂର୍ଯ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର | News Room Odisha

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ସୂର୍ଯ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର – ଦିବଂଗତ ବରିଷ୍ଠ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର ଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ । ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେଇଛନ୍ତି। ଗୃହ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ବ୍ରହ୍ମପୁର ଏସପି ଏମ୍. ଶ୍ରବଣ ବିବେକ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଅନ୍ତିମ ସଂସ୍କାର ବେଳେ ବ୍ରହ୍ମପୁର ଏସପି ରାଷ୍ଟ୍ରୀୟ ସମ୍ମାନ ପାଇଁ ବ୍ୟବସ୍ଥା କରିବେ । ଆଜି ଦିଗପହଣ୍ଡିରେ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅନ୍ତିମ ସଂସ୍କାର କରାଯିବ।