ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ, ଜଣେ ଗିରଫ | News Room Odisha

ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ, ଜଣେ ଗିରଫ

ସୋନପୁର – ବିପୁଳ ପରିମାଣର ନକଲି ନୋଟ୍ ଜବତ । ସୋନପୁର ଉଲୁଣ୍ଡାରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଜବତ କରିଛି ୪୧ ଲକ୍ଷ ୧୬ ହଜାର ଟଙ୍କାର ନକଲି ନୋଟ । ନକଲି ନୋଟ ରଖିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ସୋନପୁର ଉଲୁଣ୍ଡାର ଦୀପକ ମେହେର । ଜବତ ନକଲି ଟଙ୍କା ଛତିଶଗଡ଼ରୁ ଆସିଥିବା ସୂଚନା ମିଳିଛି । ଏହି ଜାଲ ନୋଟ୍ ରାକେଟରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥିବା ଅନୁମାନ କରାଯାଉଛି। ଏ ନେଇ ଅଧିକ ତଦନ୍ତ ଚାଲିଛି ।