ରାଜନୀତିରେ ପ୍ରବୋଧ, କଂଗ୍ରେସର ହାତ ଧରିଲେ ପୂର୍ବତନ ହକି ତାରକା | News Room Odisha

ରାଜନୀତିରେ ପ୍ରବୋଧ, କଂଗ୍ରେସର ହାତ ଧରିଲେ ପୂର୍ବତନ ହକି ତାରକା

ଭୁବନେଶ୍ୱର – ରାଜନୀତିରେ ପାଦ ଥାପିଛନ୍ତି ଭାରତର ପୂର୍ବତନ ହକି ତାରକା ପ୍ରବୋଧ ତିର୍କି। ସେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ , ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର ଓ ଦଳର ରାଜ୍ୟ ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସର ହାତ ଧରିଛନ୍ତି ପ୍ରବୋଧ ତିର୍କି। ଆଗାମୀ ବିଧାନସଭା ନିର୍ବାଚନରେ ପ୍ରବୋଧ ତଳସରା ଆସନରୁ ପ୍ରତିଦ୍ବନ୍ଦିତା କରିବା ନେଇ ଚର୍ଚ୍ଚା ହେଉଛି।