ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତିଙ୍କ ଶପଥ , ମୋଟ ବିଚାରପତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି  | News Room Odisha

ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତିଙ୍କ ଶପଥ , ମୋଟ ବିଚାରପତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି 

କଟକ – ଓଡ଼ିଶା ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତି ଆଜି ଶପଥ ନେଇଛନ୍ତି  । ବରିଷ୍ଠ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରା ହାଇକୋର୍ଟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ସୁବାଶିଷ ତାଳପତ୍ର ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଏଥିସହ ଓଡ଼ିଶା ଓଡ଼ିଶା ହାଇକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ହାଇକୋର୍ଟ ବିଚାରପତି ଭାବେ ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଗତ ଶନିବାର ନିଯୁକ୍ତି ମିଳିଥିଲା ।

ସୁପ୍ରିମକୋର୍ଟ କଲେଜିୟମ ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାମ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ। ଓଡ଼ିଶା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଦୁଇ ବରିଷ୍ଠତମ ବିଚାରପତିଙ୍କ ସହିତ ପରାମର୍ଶ କରି ଚଳିତବର୍ଷ ଜାନୁଆରି ୧୭ତାରିଖରେ  ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରାଙ୍କ ନାମର ପ୍ରସ୍ତାବ ରଖିଥିଲେ । ଏଥିରେ ସମ୍ମତି ପ୍ରକାଶ କରିଥିଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଏହାପରେ ଉଭୟଙ୍କ ନିଯୁକ୍ତି ସଂପର୍କିତ ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଗ୍ରହଣ କରାଯାଇଥିଲା।