'ସ୍ୱଚ୍ଛ ପରିବେଶ ହିଁ ସ୍ୱଚ୍ଛ ସମାଜ ଗଠନ କରେ: ବିଧାୟିକା", ପାଲିକମାଲ ବ୍ଳକରେ ବ୍ୟାଟେରୀ ଚାଳିତ ବର୍ଜ୍ୟବସ୍ତୁ ପରିବହନ ଗାଡ଼ିର ଶୁଭାରମ୍ଭ | News Room Odisha

‘ସ୍ୱଚ୍ଛ ପରିବେଶ ହିଁ ସ୍ୱଚ୍ଛ ସମାଜ ଗଠନ କରେ: ବିଧାୟିକା”, ପାଲିକମାଲ ବ୍ଳକରେ ବ୍ୟାଟେରୀ ଚାଳିତ ବର୍ଜ୍ୟବସ୍ତୁ ପରିବହନ ଗାଡ଼ିର ଶୁଭାରମ୍ଭ

ବରଗଡ଼: ବରଗଡ ଜିଲ୍ଲା ପାଇକମାଲ ବ୍ଲକ ହାଇସ୍କୁଲ ଖେଳ ପଡିଆ ଠାରେ ଆଜି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କର ଦ୍ୱାରା ବ୍ଲକର ୨୨ଟି ପାଞ୍ଚାୟତକୁ ୨୨ଟି ବେଟେରୀ ଚାଳିତ ବର୍ଜ୍ୟବସ୍ତୁ ପରିବହନ ଗାଡିର ଶୁଭାରମ୍ଭ କରାଯାଇଛି ।

ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ଘରୁ ଏଣିକି ନିୟମିତ ଭାବରେ ଏହି ଗାଡି ମାଧ୍ୟମରେ ଘରର ବର୍ଜବସ୍ତୁ ସଂଗ୍ରହ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଯାହା ଫଳରେ ଅନେକ ପ୍ରକାର ରୋଗ ତଥା ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିପାରିବ । ଏହି ଗାଡ଼ି ଗୁଡିକ ପାଞ୍ଚାୟତର ତାଲିମପ୍ରାପ୍ତ ମା ମାନଙ୍କ ଦ୍ୱାରା ପରିଚାଳନା କରାଯିବ । ଆଜି ପଡିଆ ଠାରେ ଆୟୋଜିତ ଏକ ସଭାରେ ବିଧାୟିକା ବର୍ଷା ସିଂ ବରିହା ନିଜ ବକ୍ତବ୍ୟରେ କହିଥିଲେ ଯେ ଏକ ସ୍ୱଚ୍ଛ ପରିବେଶ ହିଁ ଏକ ସ୍ୱଚ୍ଛ ସମାଜ ଗଠନ କରିବ । ତେଣୁ ସ୍ୱଚ୍ଛ ସମାଜ ଗଠନ କରିବାକୁ ହେଲେ ନିଜ ପରିବେଶକୁ ପ୍ରଥମେ ସ୍ୱଚ୍ଛ କରାଯିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ , ପାଇକମାଲ ବିଡ଼ିଓ ସୁରେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।