ସାଇବର ଠକେଇ ପୀଡିତଙ୍କ ପାଇଁ ହେଲ୍ପଲାଇନ ସେବା ଆରମ୍ଭ | News Room Odisha

ସାଇବର ଠକେଇ ପୀଡିତଙ୍କ ପାଇଁ ହେଲ୍ପଲାଇନ ସେବା ଆରମ୍ଭ

ଭୁବନେଶ୍ୱର – ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଠକେଇ ରୋକିବା ପାଇଁ ଓଡ଼ିଶା ପୋଲିସର ପଦକ୍ଷେପ । ଓଡ଼ିଶା ପୋଲିସ ପକ୍ଷରୁ ହେଲ୍ପଲାଇନ ସେବା ଆରମ୍ଭ ହୋଇଛି । ଜାରି ହୋଇଛି ହେଲ୍ପଲାଇନ ନମ୍ବର ୧୯୩୦ । ଏହି ନମ୍ବରକୁ କଲ୍ କରି ସାଇବର ଠକାମୀର ଶିକାର ହୋଇଥିବା ବ୍ୟକ୍ତି ସହାୟତା ନେଇପାରିବେ। ରାଜ୍ୟର ଯେ କୌଣସି ସ୍ଥାନରୁ ଯେ କେହି ବି ଏହି ନମ୍ୱରରେ କଲ୍ କରି ସହାୟତା ଲୋଡିପାରିବେ । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏହି ସେବାର ଶୁଭାରମ୍ଭ କରିଛନ୍ତି। ୨୪ ଘଣ୍ଟିଆ ଏହି ସେବା କାମ କରିବ।