୫୪୨ ଓଏଭି ଅଧ୍ୟକ୍ଷ ଓ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ  | News Room Odisha

୫୪୨ ଓଏଭି ଅଧ୍ୟକ୍ଷ ଓ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର – ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକ ପାଇଁ ୫୪୨ ଅଧ୍ୟକ୍ଷ ଓ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିଭଳି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାୟ ପାଇଁ ୩୦ ଜଣ ଅଧ୍ୟକ୍ଷ ଓ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି । ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ନୂଆ ଅଧ୍ୟକ୍ଷ ଓ ଶିକ୍ଷକମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ନୂତନ ହଷ୍ଟେଲ ଓ ଏକାଡେମିକ ବିଲଡିଂର ଉଦଘାଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ୍ବେବ୍ ପୋର୍ଟାଲ ମଧ୍ୟ ଉଦଘାଟିତ ହୋଇଛି । ଛାତ୍ର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାକୁ ଚେଷ୍ଟା କରିବାକୁ ଶିକ୍ଷକ ଓ ଅଧ୍ୟକ୍ଷ ମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ନିଯୁକ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉନ୍ନତିରେ ସାହାଯ୍ୟ କରିବ । ଶିକ୍ଷକ ଓ ଅଧ୍ୟାପକମାନେ

ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରୟାସ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫-ଟି କାର୍ଯ୍ୟଧାରା ଛାତ୍ରଛାତ୍ରୀମାନଙ୍କୁ ଅନୁସରଣ କରାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ଯୋଗ ଦେଇ ୫-ଟି ସଚିବ ଭି.କେ ପାଣ୍ଡିଆନ କହିଥିଲେ ଯେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷକମାନେ ହିଁ ପ୍ରକୃତ ହିରୋ । ସେମାନେ ହିଁ ଆଧୁନିକ ଓଡ଼ିଶାର ନିର୍ମାତା ବୋଲି କହିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ କହିଥିଲେ।