ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର | News Room Odisha

ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ନୂଆପଡ଼ା: ନୂଆପଡା ୩୫୩ ନଂ ଜାତୀୟ ରାଜପଥ ମହୁଲଭଟା ଛକଠାରେ ସଡକ ଦୁର୍ଘଟଣା ଘଟିଛି ।ଟ୍ରକ୍ ସହ କାର୍ ମୁହାଁମୁହିଁ ଧକ୍କା ହୋଇଛି ।ଦୁର୍ଘଟଣା ଫଳରେ କାର୍ ଚାଳକଙ୍କ ସହ ଦୁଇ ଜଣ ଗୁରୁତର ହୋଇଛନ୍ତି ।ଜଣଙ୍କୁ ନୂଆପଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି ।

ତେବେ ଚାଳକ ଜଣଙ୍କ ନୂଆପଡା ମନ୍ଦିରପଡାର ହୋଇଥିବା ବେଳେ ଧର୍ମଗଡର ଜଣେ ସାଙ୍ଗଙ୍କ ସହ ନୂଆପଡାକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।ନୂଆପଡ଼ା ପୋଲିସ ଟ୍ରକ୍‌କୁ ଅଟକ ରଖି ତଦନ୍ତ କରୁଛି ।