ନଦୀ ପଠାରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ବ୍ରିଜ୍‌ ଉପରେ ପଡିଛି ରକ୍ତ ଏବଂ ଧାରୁଆ ଅସ୍ତ୍ର | News Room Odisha

ନଦୀ ପଠାରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ବ୍ରିଜ୍‌ ଉପରେ ପଡିଛି ରକ୍ତ ଏବଂ ଧାରୁଆ ଅସ୍ତ୍ର

ବରଗଡ଼: ଅଚିହ୍ନା ଯୁବତୀଙ୍କ ମୃତଦେହ ଠାବ ।ବରଗଡ଼ ଜିଲ୍ଲା ଭଟଲି ଥାନା ଭଡିଗାଁ ଜୀରା ବ୍ରିଜ୍‌ ନିକଟରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ଭଟଲୀ ଥାନା ଭଡ଼ିଗାଁ ଜୀରା ବ୍ରିଜ୍‌ ତଳେ ଥିବା ନଦୀ ପଠାରେ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକେ ଦେଖିଥିଲେ ।ଦେଖୁ ଦେଖୁ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା ।ସେପଟେ ଜୀରା ବ୍ରିଜ୍‌ ଉପରେ ରକ୍ତ ଏବଂ ଏକ ଧାରୁଆ ଅସ୍ତ୍ର ପଡିଥିବାର ଦେଖିବାକୁ ମିଳିଛି ।ଯାହାଫଳରେ କେହି ଜଣେ ମହିଳାଙ୍କୁ ହତ୍ୟା କରି ନଦୀ ତଳେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ସେପଟେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ପରେ ଘଟଣା ଉପରୁ ପରଦା ହଟିବ ବୋଲି କୁହାଯାଉଛି ।ଏହା ହତ୍ୟା ନା ଆଉ କିଛି ।ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।ସେହିପରି ନଦୀ କୂଳରୁ ଏପରି ରକ୍ତାକ୍ତ ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବାରଣ ସୃଷ୍ଟି ହୋଇଛି ।