ସ୍ୱଚ୍ଛ ବାୟୁ ଦିବସ ଅବସରରେ କ୍ରୁଟ୍ ପକ୍ଷରୁ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା  | News Room Odisha

ସ୍ୱଚ୍ଛ ବାୟୁ ଦିବସ ଅବସରରେ କ୍ରୁଟ୍ ପକ୍ଷରୁ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା 

ଭୁବନେଶ୍ୱର- ଆଜି ହେଉଛି ସ୍ୱଚ୍ଛ ବାୟୁ ଦିବସ । ପରିବେଶ ସ୍ୱଚ୍ଛ ରଖିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଆନ୍ତର୍ଜାତିକ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଏ ( ଇଣ୍ଟରନ୍ୟାସନାଲ ଡେ’ ଫର୍ ବ୍ଲୁ ସ୍କାଏଜ ) । ଏହି ଦିବସ ଅବସରରେ ରାଜଧାନୀ ସହରାଞ୍ଚଳ ପରିବହନ – କ୍ରୁଟ୍ ପକ୍ଷରୁ ଆଜି ମାଗଣା ଇ-ବସ୍‌ ଓ ଇ-ରିକ୍ସା ସେବା ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି। ଆଜି କ୍ରୁଟ୍‌ର ଇ-ବସ୍‌ ଓ ଇ-ରିକ୍ସାରେ ମାଗଣା ଯାତ୍ରା କରିପାରିବେ ଯାତ୍ରୀ । ସ୍ୱଚ୍ଛ ବାୟୁ ଦିବସ ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଦୂଷଣ କମାଇବା ଲକ୍ଷ୍ୟରେ ରାଜଧାନୀର ୧୦ଟି ରୁଟ୍‌ରେ ଗଡୁଛି ଇ-ବସ ।