ବ୍ୟବସାୟୀଙ୍କ ଘରୁ ଅଢେଇ କିଲୋରୁ ଅଧିକ ସୁନା ବିସ୍କୁଟ ଜବତ | News Room Odisha

ବ୍ୟବସାୟୀଙ୍କ ଘରୁ ଅଢେଇ କିଲୋରୁ ଅଧିକ ସୁନା ବିସ୍କୁଟ ଜବତ

ଭୁବନେଶ୍ୱର – ଭୁବନେଶ୍ୱରରୁ ଜବତ ହେଲା ସୁନା ବିସ୍କୁଟ । ଜଣେ ବ୍ୟବସାୟୀଙ୍କ ଘରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ – ଡିଆରଆଇ ଅଢେଇ କିଲୋଗ୍ରାମରୁ ଅଧିକ ସୁନା ବିସ୍କୁଟ ଜବତ କରିଛି । ଡିଆରଆଇ ଦ୍ୱାରା ଜବତ ୨ କେଜି ୪୬୫ ଗ୍ରାମର ସୁନା ବିସ୍କୁଟ ଜବତ ବେଆଇନ୍ ଭାବେ ସ୍ମଗଲିଂ ହୋଇଥିବା ତଦନ୍ତରୁ ସ୍ପଷ୍ଟ ସୋଇ । ଗିରଫ ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ରିମାଣ୍ଡରେ ଅଣାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଛି । ଜବତ ସୁନା ବିସ୍କୁଟରେ ବିଦେଶୀ ଚିହ୍ନ ଥିବା ଦେଖିବାକୁ ମିଳିଛି । ସୁନା ବିସ୍କୁଟ ସହ ୧୦ ତୋଳା ବାର ଜବତ ହୋଇଛି ।