ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର ବଢେଇଙ୍କ ପରଲୋକ | News Room Odisha

ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର ବଢେଇଙ୍କ ପରଲୋକ

ବରଗଡ଼: ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ ହୋଇଛି । ୨ ଦିନ ତଳେ ହୃଦଘାତରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ୫୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବରଗଡ଼ ଜିଲ୍ଲା ପଦମପୁର ତାଲ ଗାଁରେ ମହେନ୍ଦ୍ରଙ୍କ ଘର ।

ଜନସେବା ପାଇଁ ଚାକିରି ଛାଡ଼ି ଗତ ୨୦୨୨ ନଭେମ୍ବର ୨୫ତାରିଖରେ ସେ ବିଜେଡିରେ ସାମିଲ ହୋଇଥିଲେ ।  ମହେନ୍ଦ୍ର କୁମାର ବଢ଼େଇଙ୍କୁ ବିଜେଡି ମୁଖପାତ୍ର ଭାବେ ନିଯୁକ୍ତ କରିଥିଲା ।

ପରେ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବେ ତାଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଥିଲେ ।