ଆଧାର ଅପଡେଟ୍ ସମୟସୀମା ତିନି ମାସ ବଢିଲା | News Room Odisha

ଆଧାର ଅପଡେଟ୍ ସମୟସୀମା ତିନି ମାସ ବଢିଲା

ନୂଆଦିଲ୍ଲୀ – ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ବିନା ଶୁଳ୍କରେ ଆଧାର ଅପଡେଟ କରିବା ସମୟସୀମାକୁ ତିନିମାସ ବୃଦ୍ଧି କରିଛି । ପୂର୍ବରୁ ଏହି ସମୟସୀମା ଥିଲା ସେପ୍ଟେମ୍ବର ୧୪ ତାରିଖ । ଏବେ ଏହି ସମୟସୀମା ଡିସେମ୍ବର ୧୪କୁ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଡିସେମ୍ବର ୧୪ ସୁଦ୍ଧା ‘ମାଇ ଆଧାର ପୋର୍ଟାଲ’ ମାଧ୍ୟମରେ ମାଗଣାରେ ଆଧାର ଅପଡେଟ କରିହେବ । ଯେଉଁମାନଙ୍କ ଆଧାରକାର୍ଡ଼ ୧୦ କିମ୍ବା ତାହାଠାରୁ ଅଧିକ ବର୍ଷ ଧରି ଅପଡେଟ କରିନାହାନ୍ତି, ସେମାନଙ୍କ ପାଇଁ ଏହି ସୁବିଧା ଜାରି କରାଯାଇଥିଲା । ୟୁଆଇଡିଏଆଇ ୱେବ୍‌ସାଇଟ୍‌ ରିପୋର୍ଟ ଅନୁସାରେ, ଡେମୋଗ୍ରାଫିକ୍‌ ତଥ୍ୟର ସଠିକ୍‌ ସୂଚନା ପାଇଁ ଆଧାର କାର୍ଡ ଅପଡେଟ୍ କରିବାକୁ ସୂଚନା ଦିଆଯାଇଥିଲା। ଏହାକୁ ଅପଡେଟ୍‌ କରିବା ପାଇଁ ପରିଚୟ ଏବଂ ଠିକଣା ପ୍ରମାଣ ଅପଲୋଡ କରିବାକୁ କୁହାଯାଇଥିଲା । ଏସବୁ ତଥ୍ୟକୁ ୟୁଆଇଡିଏଆଇ ୱେବ୍‌ସାଇଟ୍‌ରେ ମାଗଣାରେ ଅପଡେଟ କରିପାରିବେ। ଏହି ଅପଡେଟ୍‌ ନିଜେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରରେ କରିପାରିବେ।