ଭୁବନେଶ୍ୱର – ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି । କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ମନ୍ମଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନରେ କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଥିଲେ ।
ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସର ନ ହେବା ନେଇ ମିଡିଆରେ କହିଥିଲେ । ପୁଅଙ୍କ ଏପରି ଟିପ୍ପଣୀକୁ ନାପସନ୍ଦ କରିଥିଲେ ବାପା ସୁର ରାଉତରାୟ। ସେ ନିଜେ ମଧ୍ୟ ମନ୍ମଥଙ୍କୁ ଦଳରୁ ନିଲମ୍ବନ ନେଇ ଦାବି କରିଥିଲେ। କାରଣ ଦର୍ଶାଅ
ନୋଟିସର ଉତ୍ତର ନଦେବା ପରେ ମନ୍ମଥଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି।