ନବଜାତ ଶିଶୁକନ୍ୟାକୁ ହସ୍ପିଟାଲ ଶୌଚାଳୟରେ ଛାଡି ମା' ଗାଏବ ! | News Room Odisha

ନବଜାତ ଶିଶୁକନ୍ୟାକୁ ହସ୍ପିଟାଲ ଶୌଚାଳୟରେ ଛାଡି ମା’ ଗାଏବ !

ବଲାଙ୍ଗୀର – ମା’ କ’ଣ ଏମିତି ନିଷ୍ଠୁର ହୋଇପାରେ? ଶିଶୁକନ୍ୟାକୁ ପ୍ରସବ କରିବା ପରେ ପରେ ତାକୁ କେମିତି ଛାଡ଼ି ଲୁଚି ପଳାଇବ ଜଣେ ମା’ ? ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ଏମିତି ହିଁ ହୋଇଛି। ସଦ୍ୟ ନବଜାତକୁ ପାଇଖାନାରେ ଛାଡ଼ି ମା’ ଛୁ ମାରିଛି ।

ମେଡିକାଲର ଶୌଚାଳୟରେ ଜଣେ ମହିଳା ପ୍ରସବ କରି ଶିଶୁକନ୍ୟାଟିକୁ ଛାଡ଼ି ପଳାଇଯାଇଥିବା ଜଣାପଡ଼ିଛି। ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଏସଏନସିୟୁରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ମହିଳା ମେଡ଼ିସିନ ୱାର୍ଡର ଶୌଚାଳୟରେ ଏକ ନବଜାତ ଶିଶୁକନ୍ୟା ପଡ଼ିଥିବା ରୋଗୀମାନେ ଦେଖିଥିଲେ। ତୁରନ୍ତ ଏ ସଂପର୍କରେ ସେମାନେ ମେଡିକାଲ କର୍ମଚାରୀଙ୍କୁ ଖବର ଦେଇଥିଲେ। ମେଡିକାଲ କର୍ମଚାରୀ ପିଲାଟିକୁ ଉଦ୍ଧାର କରି ଡାକ୍ତରଙ୍କୁ ଦେଖାଇଥିଲେ। ପିଲାଟିର ଓଜନ କମ୍‌ ଥିବାରୁ ତାର ଅବସ୍ଥା ଗୁରୁତର ରହିଛି। ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି।