ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନା ଦିବସ | News Room Odisha

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନା ଦିବସ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ସନ୍ତୋଷ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାଣ୍ଡେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରା, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଭୁଏ, ଏନ୍ ଏ ସି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ କୁମାର ବାରିକ ପ୍ରମୁଖ ଯୋଗଦେଇଥିଲେ।

ନୂତନ ଗଣିତ ଶିକ୍ଷୟିତ୍ରୀ ରୂପେ ଯୋଗଦେଇଥିବା ଝାନ୍ସିରାଣୀ ମହାନନ୍ଦଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ମୁଖ୍ୟ ଅତିଥି ସ୍ବାଗତ କରିଥିଲେ।କଷ୍ଟ କଲେ କୃଷ୍ଣ ମିଳେ, କଠିନ ପରିଶ୍ରମ କେବେ ଅନ୍ୟଥା ହୋଇ ନଥାଏ, ତେଣୁ ଉଚ୍ଚାଭିଳାଷରଖି କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ସମ୍ୟକ୍ ଭାବରେ ବୁଝାଇଥିଲେ। ସ୍ବତନ୍ତ୍ର ଅତିଥି ଭାବେ ଗଣମାଧ୍ୟମ ପ୍ରତିନିଧି ପଦ୍ମଲୋଚନ ସାହୁ, ମୋଘନାଦ ସାହୁ,ପ୍ରଭୁଚରଣ ମହାନ୍ତି,ସୁବ୍ରତ ସାହୁ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁମଧୁର ଗୀତ ଓ ସୁନ୍ଦର ନୃତ୍ୟ ମଞ୍ଚସ୍ଥ କରିଥିଲେ। ଇଂରାଜୀ ଶିକ୍ଷୟତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସଭା ସଞ୍ଚାଳନ କରିଥିବା ବେଳେ ଗଣିତ ଶିକ୍ଷକ ଲଲାଟେନ୍ଦୁ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀମାଙ୍କର ସହଯୋଗ ଦ୍ଵାରା କାର୍ଯକ୍ରମଟି ସଫଳ ଭାବରେ ସମାପନ ହୋଇଥିଲା ‌।