କଟକ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ, ଡିଜେ ଓ ନିଶାମୁକ୍ତ ହେବ ଭସାଣ  | News Room Odisha

କଟକ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ, ଡିଜେ ଓ ନିଶାମୁକ୍ତ ହେବ ଭସାଣ 

କଟକ- କଟକର ପ୍ରସିଦ୍ଧ ଦୁର୍ଗା ପୂଜା ପାଇଁ ଆଜି ସମସ୍ତ ୧୭୦ଟି ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ସବୁ ଦଳର ରାଜନେତା, ପୂଜା କମିଟି ସଭାପତି, ସମ୍ପାଦକ, ମେୟର, ପୋଲିସ କମିଶନର, ଡିସିପି ଉପସ୍ଥିତ ଥିଲେ । ଶାନ୍ତିଶୃଙ୍ଖଳାର ସହ ଦୁର୍ଗା ପୂଜା କିପରି ଆୟୋଜନ କରାଯିବ ସେ ନେଇ ବିସ୍ତୃତ ଭାବେ ବୈଠକରେ ଆଲୋଚନା ହୋଇଛି । ପୂଜା କମିଟି ଗୁଡିକ ପକ୍ଷରୁ ନିଶାମୁକ୍ତ ଓ ଡିଜେ ମୁକ୍ତ ଭସାଣ ପାଇଁ ପ୍ରସ୍ତାବ ଦିଆଯାଇଥିବାରୁ ପୋଲିସ କମିଶନର ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ।

ଚଳିତବର୍ଷ ୧୭୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ମା’ ଜଗତ ଜନନୀ । ୨୯ଟି ଚାନ୍ଦି ମେଢ ହେବ ।ଅକ୍ଟୋବର ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ କଟକରେ ଶାରଦୀୟ ଦୁର୍ଗାପୂଜା ଆୟୋଜିତ ହେବ । ୨୫ ତାରିଖରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ।