ବୁଦ୍ଧଙ୍କୁ ହତ୍ୟା ! ପୋଲିସ ତଦନ୍ତ ଜାରି | News Room Odisha

ବୁଦ୍ଧଙ୍କୁ ହତ୍ୟା ! ପୋଲିସ ତଦନ୍ତ ଜାରି

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଣ୍ଡାଖାଇ ଗାଁରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ କୁଣ୍ଡାଖାଇ ଗାଁର ଶ୍ୟାମସୁନ୍ଦର ପ୍ରଧାନ (୭୦)। ବୃଦ୍ଧଙ୍କ ବେକରେ ଗଭୀର କ୍ଷତ ରହିଥିବା ଦେଖିବାକୁ ମିଳିଛି । ତାଙ୍କୁ କୌଣସି ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ହେଲେ କାହିଁକି ଓ କେଉଁ କାରଣରୁ ଏହି ପରିଣତ ବୟସରେ ଏଭଳି ନିର୍ମମ ଭାବେ ହତ୍ୟା କରିଛି ତାହା ଜଣାପଡିନାହିଁ । ଅଭିଯୋଗ ପାଇ ମେଲଛାମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।