ଲାଞ୍ଚ ମାମଲାରେ ୧୩ ବର୍ଷ ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜେଲ୍ ଦଣ୍ଡାଦେଶ | News Room Odisha

ଲାଞ୍ଚ ମାମଲାରେ ୧୩ ବର୍ଷ ପରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର – ଖୋର୍ଦ୍ଧା ଜିଲ୍ଲା ଜଟଣୀର ବଡ଼ନୂଆଗାଁ ୟୁଜିୟୁପି ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀଙ୍କୁ ୩ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ । ସୂଚନାଯୋଗ୍ୟ,୨୦୧୩ ମସିହାରେ ଲାଞ୍ଚ ନେଇ ଧରାପଡ଼ିଥିଲେ ବାସନ୍ତୀ ଦେବୀ। ସେତେବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇଥିଲା । ୧୦ ବର୍ଷ ପରେ ଉଭୟ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇଛନ୍ତି।

ଗୋଟିଏ ମାମଲାରେ କୋର୍ଟ ତାଙ୍କୁ ୩ ବର୍ଷ ସଶ୍ରମ ଜେଲ୍‌ ଓ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ସେ ଅଧିକ ୩ ମାସ ଜେଲ୍ ଦଣ୍ଡ ଭୋଗିବେ । ଦ୍ୱିତୀୟ ମାମଲାରେ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ବାସନ୍ତୀ ଦେବୀଙ୍କୁ ୨ ବର୍ଷ ସଶ୍ରମ ଜେଲ୍ ସହ ୫୦୦୦ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ନଦେଲେ ତାଙ୍କୁ ଆଉ ୩ ମାସ ଜେଲ୍‌ରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଦଣ୍ଡାଦେଶକୁ ଏକକାଳୀନ କାର୍ଯ୍ୟକାରୀ ହେବ ।