ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ | News Room Odisha

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଳକ କନବାର ଗାଁ ଗାନ୍ଧିପଲ୍ଲୀ କଲୋନୀ ଠାରେ ଏକ ଘର ଛାତ କାମ ଚାଲିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କନବାର ଗାଁର ପଦ୍ମଲୋଚନ ହାତୀଙ୍କ ପୁଅ ଅନିରୁଦ୍ଧ (୨୬)। ତାଙ୍କୁ ସଙ୍ଗେ ସଙ୍ଗେ ବରପାଲି ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏନେଇ ବରପାଲି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥାଉକି, ମୃତକ ଅନିରୁଦ୍ଧ ତାଙ୍କ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ଘରେ ତାଙ୍କ ବାପା ମାଆ ଓ ଜଣେ ଭଉଣୀ ଅଛନ୍ତି । ଅନିରୁଦ୍ଧଙ୍କ ଆକସ୍ମିକ ଵିୟୋଗ ପରେ ପରିବାରରେ ବେସାହାରା ହୋଇପଡିଛି । ସରକାରୀ ସ୍ତରରେ ଉକ୍ତ ପରିବାରକୁ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।