ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଏଏସଓ | News Room Odisha

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଏଏସଓ

ଭୁବନେଶ୍ବର – ଭିଜିଲାନ୍ସ ଜାଲରେ ଧରାପଡିଲେ ଆସିଣ୍ଟାଣ୍ଟ୍ ସେକ୍ସନ ଅଫିସର(ଏଏସଓ) ‌। ଭୁବନେଶ୍ୱର ସ୍ଥିତ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏଏସ ଓ ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ଦାସ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗୃହ ଋଣ ଅନୁମୋଦନ କରାଇଦେବାକୁ ଜଣେ ବ୍ୟକ୍ତିଙ୍କଠାରୁ ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ ଚଢାଉ କରିଥିଲା ଭିଜିଲାନ୍ସ। ଲାଞ୍ଚ ଟଙ୍କା ଜବତ କରିବା ସହ ଏଏସଓ ସୌମ୍ୟରଞ୍ଜନ ଦାଶଙ୍କୁ ଗିରଫ କରାଯାଇଛି। ଅପରପକ୍ଷେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ସୌମ୍ୟରଞ୍ଜନଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢାଉ କରାଯାଇଥିବା ସୂଚନା ମିଳିଛି।