ବିଜେଡିର ମିଶ୍ରଣ ପର୍ବ: ଦଳରେ ସାମିଲ ହେଲେ ବିଜେପି ଛାଡିଥିବା କବିସୂର୍ଯ୍ୟନଗରର ଯୁବନେତା ରଞ୍ଜନ ପଲାଇ | News Room Odisha

ବିଜେଡିର ମିଶ୍ରଣ ପର୍ବ: ଦଳରେ ସାମିଲ ହେଲେ ବିଜେପି ଛାଡିଥିବା କବିସୂର୍ଯ୍ୟନଗରର ଯୁବନେତା ରଞ୍ଜନ ପଲାଇ

ଭୁବନେଶ୍ୱର – ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ଦଳରେ ସାମିଲ ହେଲେ ଗଞ୍ଜାମ ଜିଲ୍ଲାର ଯୁବ ବିଜେପି ନେତା ରଞ୍ଜନ ପଲାଇ । ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ରଞ୍ଜନ ପଲାଇ କବିସୂର୍ଯ୍ୟନଗରରୁ ଗତ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିଲେ । ସେ ମଧ୍ୟ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ।

କବିସୂର୍ଯ୍ୟନଗରର ଜଣେ ଦକ୍ଷ ସଙ୍ଗଠକ ଭାବେ ପରିଚିତ ରଞ୍ଜନ ପଲାଇ । ଦଳୀୟ ବିଶୃଙ୍ଖଳା ସହିତ ରାଜ୍ୟ ବିଜେପି ସଭାପତିଙ୍କ ନୈରାଶ୍ୟଜନକ ମନ୍ତବ୍ୟକୁ ବିରୋଧ କରି ରଞ୍ଜନ ଓ ତାଙ୍କ ସମର୍ଥକ ଦଳ ଛାଡିଛନ୍ତି । ରଞ୍ଜନଙ୍କ ସହ ମଣ୍ଡଳ ସଭାପତି ଅଶୋକ ସାହୁ, ଅଶୋକ ପ୍ରଧାନ, ମୀନକେତନ ପାଣିଗ୍ରାହୀ, ସୁଦର୍ଶନ ସାହୁ ଓ ପ୍ରଶାନ୍ତ ସାହୁ ମଧ୍ୟ ବିଜେପି ଛାଡ଼ିଛନ୍ତି । ସେହିପରି କୋଦଳା ଏନଏସିର ୫ କାଉନସିଲରଙ୍କ ପ୍ରତିନିଧିଙ୍କ ସହ ପଞ୍ଚାୟତ ଓ ବୁଥ୍ ସଭାପତି, ବିଭିନ୍ନ ମୋର୍ଚ୍ଚା ସଭାପତିଙ୍କ ସହ ଶତାଧିକ କର୍ମୀ ବିଜେପିରୁ ଇସ୍ତଫା ଦେଇଛନ୍ତି ।