ଏସିଆନ ଗେମ୍ସ ପାଇଁ ଓଡ଼ିଶାର ୧୩ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ | News Room Odisha

ଏସିଆନ ଗେମ୍ସ ପାଇଁ ଓଡ଼ିଶାର ୧୩ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ଏହି ମାସ ଶେଷ ସପ୍ତାହରେ ଚୀନର ହୁଆଙ୍ଗଝୁ ସହରରେ ଆରମ୍ଭ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ଓଡ଼ିଶାର କ୍ରୀଡାବିତମାନଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏଥର ଏସିଆନ ଗେମ୍ସ ପାଇଁ ବିଭିନ୍ନ ବିଭାଗରେ ଯୋଗ୍ୟତା ହାସଲ କରିଥିବା ଖେଳାଳିଙ୍କ ସମେତ ହକି, ଫୁଟବଲ ଓ ରଗବୀ ଦଳରେ ସ୍ଥାନ ପାଇଥିବା ଓଡିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ। ଏସିଆନ ଗେମ୍ସ ପାଇଁ ଟ୍ରେନିଂ ଓ ପ୍ରସ୍ତୁତି ସକାଶେ ସହାୟତା ରାଶି ଘୋଷଣା ହୋଇଛି । ଏସିଆନ ଗେମ୍ସରେ ଓଡ଼ିଶାର ୧୩ ଜଣ ଖେଳାଳି ଏଥର ଭାଗ ନେବେ । କିଶୋର ଜେନା ( ଆଥଲେଟିକ୍ସ), ଅଂଶିକା ଭାରତୀ, ରିତୁ କାଉଡି,ସୋନାଲି ସ୍ୱାଇଁ ( ରୋଇଂ ), ଅନୁପମା ସ୍ୱାଇଁ ( ଜୁ-ଜିତସୁ ), ନେହା ଦେବୀ ଲେଇଚନ୍ଦମ ( କାୟାକିଙ୍ଗ ଓ କାନୋଇଙ୍ଗ ) ପ୍ୟାରୀ କାକ୍ସା ( ଫୁଟବଲ), ଦୀପଗ୍ରେସ ଏକ୍କା ଓ ଅମିତ ରୋହିଦାସ ( ହକି ) ,ଡୁମୁନି ମାର୍ଣ୍ଡି, ତରୁଲତା ନାଏକ, ମାମା ନାଏକ ଓ ହୁପି ମାଝୀ ( ରଗବୀ )ଙ୍କୁ ମିଳିବ ଆର୍ଥିକ ସହାୟତା।