କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଯାପିତ  | News Room Odisha

କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

ଭୁବନେଶ୍ଵର : କାରଖାନା ଆଇନ ଅନ୍ତର୍ଗତ କ୍ଷମତାପୂର୍ଣ୍ଣ ବ୍ୟକ୍ତିଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ବ ଉପରେ ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି । ଏଥିରେ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର କମିଶନର ତଥା ସଚିବ ଆର. ସନ୍ଥ ଗୋପାଳନ ଉଦ୍‌ଘାଟନ କରି ଉଦବୋଧନ ଦେଇଥିଲେ । ଆଜି ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କାରଖାନା ଏବଂ ବାଷ୍ପିତ୍ର ନିର୍ଦ୍ଦେଶକ ଡକ୍ଟର ଏନ୍‌. ତିରୁମାଳା ନାୟକ ଯୋଗଦାନ କରି ସ୍ଵୀକୃତିପ୍ରାପ୍ତ ଦକ୍ଷ ବ୍ୟକ୍ତିମାନଙ୍କ ଯନ୍ତ୍ରାଂଶ ପରୀକ୍ଷା ପଦ୍ଧତି ଦକ୍ଷତା ବୃଦ୍ଧି ସହିତ କର୍ତ୍ତବ୍ୟପରାୟଣତା ଏବଂ ସୁରକ୍ଷା ପ୍ରତି ଦାୟିତ୍ଵବୋଧ ହେବା ଉପରେ ଗୁରୁତ୍ବାରୋପ କରିଥିଲେ । ଅନ୍ୟତମ ଅତିଥି ଭାବେ ରାଜ୍ୟ ଶ୍ରମ ସଂସ୍ଥାନର ନିର୍ଦ୍ଦେଶକ ତଥା ଶ୍ରମ ବିଭାଗ ଅତିରିକ୍ତ ସଚିବ ନୀତି ରଂଜନ ସେନ୍‌ ଏବଂ ରାଜ୍ୟ କାରଖାନା ଏବଂ ବାଷ୍ପିତ୍ର ଉପ ନିର୍ଦ୍ଦେଶକ ,ସୁରକ୍ଷା ଡକ୍ଟର ମଳୟ କୁମାର ପ୍ରଧାନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୧୫୦ ଜଣ ସ୍ବୀକୃତିପ୍ରାପ୍ତ ଦକ୍ଷ ବ୍ୟକ୍ତି ଅଂଶ ଗ୍ରହଣ କରିଥ୍‌ଲେ । ଏହିପରି କାର୍ଯ୍ୟକ୍ରମ ଅତ୍ୟନ୍ତ ଉପାଦେୟ ବୋଲି ମତ ପ୍ରକାଶ ହେବା ସହିତ ବାରମ୍ବାର ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁରୋଧ କରାଯାଇଥିଲା ।