ଲଘୁଚାପ ପ୍ରଭାବରେ ଆଜି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ନବରଙ୍ଗପୁରରେ ସର୍ବାଧିକ  | News Room Odisha

ଲଘୁଚାପ ପ୍ରଭାବରେ ଆଜି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ନବରଙ୍ଗପୁରରେ ସର୍ବାଧିକ 

ଭୁବନେଶ୍ୱର – ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ପ୍ରବଳ ବର୍ଷା ହୋଇଛି। ଶନିବାର ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ନବରଙ୍ଗପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଏଠାରେ ୭୨ ମିଲିମିଟର ବର୍ଷା ହୋଇଛି । ଗୋପାଳପୁରରେ ୫୫, ଛତ୍ରପୁରରେ ୫୪.୨, ବଲାଙ୍ଗିରରେ ୪୫, କୋରାପୁଟରେ ୩୦.୪ ମିମି ବର୍ଷା ରେକର୍ଡ କରାଯାଇଛି।