ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସେନା କର୍ଣ୍ଣେଲ, ମେଜର ଓ ପୋଲିସ ଅଧିକାରୀ ସହିଦ୍ | News Room Odisha

ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସେନା କର୍ଣ୍ଣେଲ, ମେଜର ଓ ପୋଲିସ ଅଧିକାରୀ ସହିଦ୍

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକରନାଗ ଅଞ୍ଚଳରେ ବୁଧବାର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ସେନା କର୍ଣ୍ଣେଲଙ୍କ ସହ ସୁରକ୍ଷା ବାହିନୀର ତିନି ଅଧିକାରୀ ସହିଦ ହୋଇଛନ୍ତି ।

ସୂଚନା ଅନୁଯାୟୀ ଗୁଳି ବିନିମୟରେ ୧୯ ରାଷ୍ଟ୍ରୀୟ ରାଇଫଲ୍ସର କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଧୋନକ ଓ ଜମ୍ମୁ କାଶ୍ମୀର ପୋଲିସର ଡିଏସପି ହୁମାୟୁନ ଭଟ୍ଟ ଗୁରୁତର ଆହତ ହୋଇଥିଲେ । ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ।

ଗାଡୋଲେ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ମଙ୍ଗଳବାର ସନ୍ଧ୍ୟାରେ ଆରମ୍ଭ ହୋଇଥିଲା । କିନ୍ତୁ ରାତିରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ତେବେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଆଜି ସକାଳେ ପୁଣି ଆରମ୍ଭ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା‌‌।

ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିବା ସେନା କର୍ଣ୍ଣେଲ ତାଙ୍କ ଦଳର ନେତୃତ୍ୱ ନେଉଥିଲେ। ତେବେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳିଚାଳନା କରିବା ପରେ ସେ ଗୁରୁତର ଆହତ ହୋଇଥିଲେ।