ସମ୍ବଲପୁର – ଆଜି ହୀରାକୁଦ ଡ୍ୟାମ୍ର ଆଉ ୮ଟି ଗେଟ୍ ଖୋଲାଯାଇଛି । ଗତ କାଲି ଦୁଇଟି ଗେଟ୍ ଖୋଲାଯାଇଥିଲା । ମୋଟ ୧୦ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି । ଆଜି ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୮.୭୧ ଫୁଟ ରହିଥିଲା । ବର୍ତ୍ତମାନ ହୀରାକୁଦକୁ ପ୍ରବେଶ କରୁଛି ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ । ହୀରାକୁଦରୁ ନିଷ୍କାସିତ ହେଉଛି ୭୨ ହଜାର ୧୯୦ କ୍ୟୁସେକ ଜଳ, ଗତକାଲି ହୀରାକୁଦର ୨ଟି ଗେଟ୍ ଖୋଲିଥିଲା । ଲଘୁଚାପ ସକ୍ରିୟ ଯୋଗୁଁ ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି।