ଉତ୍ତମ ପୋଷଣ ସୁସ୍ଥ ଜୀବନ ଲକ୍ଷ୍ୟ : 'ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା'ର ଆଜି ଶୁଭାରମ୍ଭ କରିବେ ନବୀନ | News Room Odisha

ଉତ୍ତମ ପୋଷଣ ସୁସ୍ଥ ଜୀବନ ଲକ୍ଷ୍ୟ : ‘ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା’ର ଆଜି ଶୁଭାରମ୍ଭ କରିବେ ନବୀନ

ଭୁବନେଶ୍ୱର – ‘ଉତ୍ତମ ପୋଷଣ , ସୁସ୍ଥ ଜୀବନ’ର ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିବେ । ଏ ବର୍ଷ ଜୁନ ମାସରେ ରାଜ୍ୟ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ଲାଗିଥିଲା । ଏହି ଯୋଜନା ଅନ୍ତର୍ଗତ ସାରାରାଜ୍ୟରେ ସମସ୍ତ କିଶୋରୀ ବାଳିକା ( ୧୫ରୁ ୧୯ ବର୍ଷ) ପୁଷ୍ଟି ସହାୟତା ଯୋଗାଇ ଦିଆଯିବ । ଏହାଛଡା ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କୁ ଏହି ଯୋଜନା ଅନ୍ତର୍ଗତ ଅଧିକ ଶୁଖିଲା ଖାଦ୍ୟ ମିଳିବ । ଅତିଶୟ ପୁଷ୍ଟିହୀନ ପିଲାମାନଙ୍କ ପାଇଁ ପୂର୍ଣ୍ଣ ଆହାର ( ଗୋଷ୍ଠୀସ୍ତରରେ ପରିଚାଳନା) ଏବଂ ମଧ୍ୟମ ପୁଷ୍ଟିହୀନ ପିଲା ଓ ଅତିଶୟ କମ୍ ଓଜନର ପିଲାଙ୍କୁ ଫର୍ଟିଫାଏଡ ଛତୁଆ ଓ ଅଣ୍ଡାର ବ୍ୟବସ୍ଥା ଏହି ଯୋଜନାରେ କରାଯିବ । ଆଜି ସଂଧ୍ୟାରେ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାର ଶୁଭାରମ୍ଭ କରିବେ ।