ଆନ୍ଦୋଳନରୁ ଓହରିବା ପାଇଁ ଶିକ୍ଷକଙ୍କୁ ବୁଝାଇବାକୁ ବିଇଓ ଓ ଡିଇଓଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି | News Room Odisha

ଆନ୍ଦୋଳନରୁ ଓହରିବା ପାଇଁ ଶିକ୍ଷକଙ୍କୁ ବୁଝାଇବାକୁ ବିଇଓ ଓ ଡିଇଓଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି

ଭୁବନେଶ୍ୱର – ତିନି ଦଫା ଦାବି ପୂରଣ ନିମନ୍ତେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କୁ ବୁଝାଇବାକୁ ବିଇଓ ଓ ଡିଇଓଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଅନୁମତି ନ ନେଇ ଆନ୍ଦୋଳନ କରି କାର୍ଯ୍ୟରେ ଅବହେଳା କରୁଛନ୍ତି। ଶିକ୍ଷକଙ୍କ ଦାବି ବିଚାର ଲାଗି କମିଟି ଗଢ଼ାଯାଇଛି ।

ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗ ଦେବାକୁ ଅପିଲ କରିଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ। ୨୨୦ ଦିନର କାର୍ଯ୍ୟ ଦିବସ ଭରଣା କରିବାକୁ ହେବ । ନଚେତ ଆଗାମୀ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ତାହାକୁ ଭରଣା କରାଯିବ ବୋଲି ଶିକ୍ଷା ନିର୍ଦ୍ଦେଶକ କହିଛନ୍ତି। ପ୍ରାଥମିକ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍ କମିଟି ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଜାରି ରଖିଛି। ଏନେଇ ଶିକ୍ଷକଙ୍କୁ ଅବଗତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।