ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜନସ୍ୱାସ୍ଥ୍ୟ ସହକାରୀ ଯନ୍ତ୍ରୀ ଗିରଫ  | News Room Odisha

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜନସ୍ୱାସ୍ଥ୍ୟ ସହକାରୀ ଯନ୍ତ୍ରୀ ଗିରଫ 

ବାରିପଦା – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଜନସ୍ୱାସ୍ଥ୍ୟ ଡିଭିଜନ -୧ ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ତାଙ୍କର ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜେଲ୍ ପଠାଇ ଦେଇଛନ୍ତି। ଗତକାଲି ଚଢ଼ାଉ ବେଳେ ସହକାରୀ ଯନ୍ତ୍ରୀଙ୍କ ୯୫ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ।

ଗତକାଲି ବାଣେଶ୍ୱର ନାଏକଙ୍କ ରଘୁନାଥପୁରରେ ଥିବା ତିନି ମହଲା କୋଠା, ତାଳନ୍ଦାରେ ଥିବା ଦୁଇ ମହଲା କୋଠା ଓ ବାସଭବନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ସେହିପରି ମାଣିତ୍ରୀରେ ଥିବା ସଂପର୍କୀୟଙ୍କ ଘର ସମେତ ଅଫିସରେ ବି ଚଢ଼ାଉ ହୋଇଥିଲା । ଚଢ଼ାଉରେ ୩ଟି ବହୁ ମହଲା ବିଶିଷ୍ଟ କୋଠା, ୩ଟି ପ୍ଲଟ୍, ୩୩ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ , ୨୫୦ ଗ୍ରାମ ସୁନା ଆଦି ଠାବ କରିଥିଲା ଭିଜିଲାନ୍ସ।