ମୁମ୍ବାଇ ବିମାନ ବନ୍ଦରରେ ଅଘଟଣ, ଅବତରଣ ବେଳେ ଘରୋଇ ଚାର୍ଟାର୍ଡ ପ୍ଲେନ ଦୁର୍ଘଟଣାଗ୍ରସ୍ତ, ତିନି ଆହତ | News Room Odisha

ମୁମ୍ବାଇ ବିମାନ ବନ୍ଦରରେ ଅଘଟଣ, ଅବତରଣ ବେଳେ ଘରୋଇ ଚାର୍ଟାର୍ଡ ପ୍ଲେନ ଦୁର୍ଘଟଣାଗ୍ରସ୍ତ, ତିନି ଆହତ

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଏକ ଘରୋଇ ଚାର୍ଟାର୍ଡ ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ଚାର୍ଟାର୍ଡ ବିମାନ ଅବତରଣ କରିବା ସମୟରେ ରନୱେରେ ଭାରସାମ୍ୟ ହରାଇଥିଲା । ଏହା ପରେ ପ୍ଲେନ୍ ଦୁଇ ଫାଳ ହୋଇ ନିଆଁ ଲାଗି ଯାଇଥିଲା । ଏ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ବିମାନରେ ୬ ଜଣ ଯାତ୍ରୀ ଓ ୨ ଜଣ କ୍ରୁ ସଦସ୍ୟ ଥିଲେ। ଏହି ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣ ଆହତ ହୋଇଥିବା ସୂଚନା ରହିଛି । ଏହି ଘଟଣା ଯୋଗୁଁ ବିମାନ ବନ୍ଦର ଅପରେସନ ମଧ୍ୟ ପ୍ରଭାବିତ ହୋଇଛି । ଅନେକ ବିମାନକୁ ଗୋଆ ଓ ଅହମ୍ମଦାବାଦ ଡାଇଭର୍ଟ କରାଯାଇଛି ।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ସୂଚନା ଅନୁଯାୟୀ ବିଶାଖାପାଟନମରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଭିଏସଆର ଭେଞ୍ଚର୍ସ ଲିଅରଜେଟ ୪୫ ପ୍ଲେନ୍ ଭିଟି-ଡିଭିଏଲ ମୁମ୍ବାଇ ବିମାନ ବନ୍ଦରର ରନୱେ ୨୭ରେ ଅବତରଣ କରିବା ସମୟରେ ଖସିଯାଇଥିଲା ।

ଡିଜିସିଏ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ବର୍ଷା ଯୋଗୁଁ ଭିଜିବିଲିଟି ୭୦୦ ମିଟର ଥିଲା |