କିମ୍ବଦନ୍ତୀ ଯନ୍ତ୍ରୀ ଭାରତରତ୍ନ ଏମ୍. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି  | News Room Odisha

କିମ୍ବଦନ୍ତୀ ଯନ୍ତ୍ରୀ ଭାରତରତ୍ନ ଏମ୍. ବିଶ୍ୱେଶ୍ୱରାୟଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ୱର – କିମ୍ବଦନ୍ତୀ ଯନ୍ତ୍ରୀ ଓ ଭାରତରତ୍ନ ସମ୍ମାନପ୍ରାପ୍ତ ଏମ୍. ବିଶ୍ୱେ ଶ୍ୱରାୟଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ଜୟନ୍ତୀକୁ ସାରା ଭାରତରେ ଯନ୍ତ୍ରୀ ଦିବସ ଭାବେ ମଧ୍ୟ ପାଳନ କରାଯାଏ। ଜଣେ ଇଞ୍ଜିନିୟରି, ବାଗ୍ମୀ ଓ ପଣ୍ଡିତ ଭାବେ ଏମ୍. ବିଶ୍ୱେଶ୍ୱରାୟ ରାଷ୍ଟ୍ର ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ଇଞ୍ଜିନିୟରିଂ ଚମତ୍କାରିତା ସୃଷ୍ଟି କରିଥିଲେ । ଏକ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ତାଙ୍କ ଆଦର୍ଶ ଆମ ଇଞ୍ଜିନିୟରିମାନଙ୍କୁ ସର୍ବଦା ପ୍ରେରଣା ଯୋଗାଉଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।