୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨୩.୮ ମିମି ବର୍ଷା, ୬ଟି ବ୍ଲକରେ ୧୦୦ ମିମିରୁ ଅଧିକ, ଦେଓଗାଁରେ ସର୍ବାଧିକ ୧୯୩ ମିମି | News Room Odisha

୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨୩.୮ ମିମି ବର୍ଷା, ୬ଟି ବ୍ଲକରେ ୧୦୦ ମିମିରୁ ଅଧିକ, ଦେଓଗାଁରେ ସର୍ବାଧିକ ୧୯୩ ମିମି

ଭୁବନେଶ୍ୱର – ଦୈନିକ ବୃଷ୍ଟିପାତ ସ୍ଥିତି ସମ୍ପର୍କିତ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୨୩ ଦଶମିକ ୮ ମିମି ବର୍ଷା ହୋଇଛି। ସେପ୍ଟେମ୍ବର ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ବର୍ଷା ପରିମାଣ ୨୧୩ ଦଶମିକ ୭ ମିମି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକରେ ସର୍ବାଧିକ ୧୯୩ ମିମି ବର୍ଷା ରେକର୍ଡ କରାଯାଇଛି। ଆଉ ୫ଟି ବ୍ଲକରେ ମଧ୍ୟ ଗତ ୨୪ ଘଣ୍ଟାରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ଗୁଡଭେଲାରେ ୧୨୫.୬ ମିମି, ବଲାଙ୍ଗୀରରେ ୧୧୨, ଗାଇସିଲେଟରେ ୧୦୫, କର୍ଲାମୁଣ୍ଡାରେ ୧୧୦ ଓ ନର୍ଲାରେ ୧୦୮ ମିମି ବର୍ଷା ହୋଇଛି।