ରାଜଧାନୀର ଇରାନୀ ଗ୍ୟାଙ୍ଗ୍ ବ୍ଲାକମେଲ୍ ମାମଲା, ଇରାନୀ ପାତ୍ରର ସ୍ୱାମୀକୁ ରିମାଣ୍ଡରେ ଆଣିବ ପୋଲିସ | News Room Odisha

ରାଜଧାନୀର ଇରାନୀ ଗ୍ୟାଙ୍ଗ୍ ବ୍ଲାକମେଲ୍ ମାମଲା, ଇରାନୀ ପାତ୍ରର ସ୍ୱାମୀକୁ ରିମାଣ୍ଡରେ ଆଣିବ ପୋଲିସ

ଭୁବନେଶ୍ୱର – ରାଜଧାନୀର କୁଖ୍ୟାତ ଇରାନୀ ଗ୍ୟାଙ୍ଗ ଦ୍ୱାରା ବ୍ଲାକମେଲ୍ ମାମଲାରେ ଇରାନୀ ପାତ୍ରର ସ୍ୱାମୀ ନିଶିକାନ୍ତକୁ ୫ ଦିନିଆ ରିମାଣ୍ଡରେ ଆଣିବା ଲାଗି ଏସଡିଜେଏମ୍ କୋର୍ଟରେ ଆବେଦନ କରିବ ତମାଣ୍ଡୋ ଥାନା ପୋଲିସ। ନିଶିକାନ୍ତକୁ ରିମାଣ୍ଡରେ ଆଣି ହନିଟ୍ରାପ୍ ଲିଙ୍କ୍ ଖୋଲିବାକୁ ଚେଷ୍ଟା କରିବ ପୋଲିସ । ଆଗକୁ ଇରାନୀକୁ ମଧ୍ୟ ରିମାଣ୍ଡରେ ଆଣିବା ପୋଲିସ। ଏବେ ସୁଦ୍ଧା ଇରାନୀ ଗ୍ୟାଙ୍ଗ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି। ଜଣେ ଡାକ୍ତର, ଛାତ୍ର ଓ ବୋଲଗଡ଼ର ଜଣେ ଗ୍ରୋସରି ବ୍ୟବସାୟୀଙ୍କୁ ବ୍ଲାକମେଲ୍ କରି ଟଙ୍କା ଆଦାୟ କରିବା ଅଭିଯୋଗରେ ଇରାନୀ ଗ୍ୟାଙ୍ଗ୍ ବିରୋଧରେ ମାମଲା ରହିଛି। ଇରାନୀ ଓ ତା’ ସ୍ୱାମୀର ସିଡିଆର ବିଶ୍ଳେଷଣ କରୁଛି ପୋଲିସ। ଏପରି ସେମାନଙ୍କ ମୋବାଇଲକୁ ଜବତ କରି ତଦନ୍ତ ଲାଗି ଫରେନସିକ ଲାବକୁ ପଠାଇଛି ପୋଲିସ।