ଆଦିତ୍ୟ ଏଲ୍-୧ର ଚତୁର୍ଥ କକ୍ଷ ପରିବର୍ତ୍ତନ ସଫଳ | News Room Odisha

ଆଦିତ୍ୟ ଏଲ୍-୧ର ଚତୁର୍ଥ କକ୍ଷ ପରିବର୍ତ୍ତନ ସଫଳ

ବେଙ୍ଗାଲୁରୁ: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍-୧ର ଚତୁର୍ଥ କକ୍ଷ ପରିବର୍ତ୍ତନ ସଫଳ ହୋଇଛି ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ଏକ୍ସରେ ଏକ ପୋଷ୍ଟରେ କହିଛି, “ଚତୁର୍ଥ କକ୍ଷ ପରିବର୍ତ୍ତନ ସଫଳ ହୋଇଛି। ମରିସସ୍, ବେଙ୍ଗାଲୁରୁ, ଏସଡିଏସସି-ଏସ୍ଏଚ୍ଏଆର୍ ଏବଂ ପୋର୍ଟ ବ୍ଲେୟାରରେ ଥିବା ଇସ୍ରୋର ଗ୍ରାଉଣ୍ଡ ଷ୍ଟେସନ୍ ଏହି ଅପରେସନ୍ ସମୟରେ ସାଟେଲାଇଟକୁ ଟ୍ରାକ୍ କରିଥିଲା। ଆଦିତ୍ୟ ଏଲ୍-୧ ପାଇଁ ସମ୍ପ୍ରତି ଫିଜି ଦ୍ୱୀପପୁଞ୍ଜରେ ମୁତୟନ ହୋଇଥିବା ଏକ ଟ୍ରାନ୍ସପୋର୍ଟେବଲ ଟର୍ମିନାଲ ଏହି ସାଟେଲାଇଟର ପୋଷ୍ଟ-ବର୍ଣ୍ଣ୍ ଅପରେସନକୁ ସହାୟତା କରିବ। ”

ମହାକାଶଯାନର ନୂଆ କକ୍ଷପଥ ହେଉଛି ୨୫୬ x ୧୨୧୯୭୩ କିଲୋମିଟର। ”

ଆଦିତ୍ୟ ଏଲ୍-୧ ର ପରବର୍ତ୍ତୀ କକ୍ଷ ପରିବର୍ତ୍ତନ ସେପ୍ଟେମ୍ବର ୧୯ରେ ରାତି ପ୍ରାୟ ୦୨:୦୦ ରେ ହେବ । ଏଥିସହ ଆଦିତ୍ୟ ଏଲ୍-୧ ମହାକାଶଯାନ ପୃଥିବୀ କକ୍ଷରୁ ସମ୍ପୂର୍ଣ୍ଣ ବାହାର ହୋଇଯିବ । ”

ଆଦିତ୍ୟ ଏଲ୍-୧ ହେଉଛି ଭାରତର ପ୍ରଥମ ସୌର ମିଶନ । ସେପ୍ଟେମ୍ବର ୨ରୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ ହୋଇଥିବା ଏହି ମିଶନ ପୃଥିବୀ ଓ ସୂର୍ଯ୍ୟର ଏଲ୍-୧ (ଲାଗ୍ରେଞ୍ଜ ପଏଣ୍ଟ) ରେ ପହଞ୍ଚିବା ପାଇଁ ପାଇଁ ପ୍ରାୟ ଚାରି ମାସ ସମୟ ଲାଗିବ | ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂର ଏଲ୍-୧ ବା ଲାଗ୍ରେଞ୍ଜ ପଏଣ୍ଟ ହେଉଛି ସେହି ସ୍ଥାନ ଯେଉଁଠି ପୃଥିବୀ ଓ ସୂର୍ଯ୍ୟର ମାଧ୍ୟାକର୍ଷଣ ବରାବର ରହିଥାଏ। ଏହି ପଏଣ୍ଟରୁ ସୂର୍ଯ୍ୟର ଗତିବିଧି ବିନା କୌଣସି ପ୍ରତିବନ୍ଧକରେ ଅଧ୍ୟୟନ କରାଯାଇ ପାରିବ ।