ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ଆତ୍ମଶୁଦ୍ଧି ପାଇଁ ଉପାୟ ବତାଇବାକୁ ଯାଇ କହୁଛନ୍ତି –
ସତ୍କାରମାନପୂଜାର୍ଥଂ ତପୋ ଦମ୍ଭେନ ଚୈବ ଯତ୍। କ୍ରିୟତେ ତଦିହ ପ୍ରୋକ୍ତଂ ରାଜସଂ ଚଳମଧ୍ରୁବମ୍।
ଅର୍ଥାତ୍ : ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିଲେ ମଧ୍ୟ ସମସ୍ତେ ଏହାକୁ ମହତ ଉଦ୍ଦେଶ୍ୟରେ ଉପଯୋଗ କରନ୍ତି ନାହିଁ । ଜଣେ ରାଜନୀତିଜ୍ଞ ଅକ୍ଲାନ୍ତ ପରିଶ୍ରମ କରି ଦିନକରେ ଅନେକ ସ୍ଥାନରେ ଭାଷଣ ଦେଇଥାନ୍ତି । ଏହା ଏକ ତପସ୍ୟା ହେଲେ ସୁଦ୍ଧା ଏହାର ଉଦ୍ଦେଶ୍ୟ ପଦବୀ ଓ ସମ୍ମାନ ଲାଭ କରିବା ଅଟେ । ସେହିପରି ଯଦି ଜଣେ ବ୍ୟକ୍ତି ସମ୍ମାନ ଓ ପ୍ରଶଂସା ପାଇବାକୁ ଆଧ୍ୟାତ୍ମିକ କର୍ମରେ ନିୟୋଜିତ ହୁଅନ୍ତି, ତେବେ ମାର୍ଗ ଭିନ୍ନ ହୋଇଥିଲେ ମଧ୍ୟ ଉଦ୍ଦେଶ୍ୟ ସେହି ଭୌତିକ ହିଁ ରହେ । ସମ୍ମାନ, ଶକ୍ତି ବା ଅନ୍ୟ କୌଣସି ଭୌତିକ ପ୍ରାପ୍ତି ଉଦ୍ଦେଶ୍ୟରେ ଯେଉଁ ତପସ୍ୟା କରାଯାଏ, ତାହା ରାଜସିକ ତପସ୍ୟା ଅଟେ।