୨୦୨୩-୨୪ ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ମନ୍ତ୍ରୀ ପରିଷଦର ଅନୁମୋଦନ  | News Room Odisha

୨୦୨୩-୨୪ ଅତିରିକ୍ତ ବଜେଟ ଚିଠା ପ୍ରସ୍ତାବକୁ ମନ୍ତ୍ରୀ ପରିଷଦର ଅନୁମୋଦନ 

ଭୁବନେଶ୍ୱର – ଆସନ୍ତା ୨୨ ତାରିଖରେ ବିଧାନସଭାରେ ଆଗତ ହେବା ୨୦୨୩-୨୪ ଅତିରିକ୍ତ ବଜେଟ୍ । ଅତିରିକ୍ତ ବଜେଟର ଚିଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ମନ୍ତ୍ରୀପରିଷଦ ବୈଠକରେ ଅନୁମୋଦନ କରାଯାଇଥିବା ସୂଚନା ମିଳିଛି। ୨୦୨୨-୨୩ ବର୍ଷ ପାଇଁ ରାଜ୍ୟ ସରକାର ୧୬ ହଜାର ୮ ଶହ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ । ଗତ ଆର୍ଥିକ ବର୍ଷ ତୁଳନାରେ ଏଥରର ଅତିରିକ୍ତ ବଜେଟର ଆକାର ପ୍ରାୟ ୪୦୦୦ କୋଟି ଅଧିକ ବୋଲି ଜଣାପଡିଛି। ଆସନ୍ତା ୨୨ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ପ୍ରଥମ ଦିନ ହିଁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅତିରିକ୍ତ ବଜେଟ୍ ଆଗତ କରିବେ ।