ଜିଲ୍ଲା ଉନ୍ନୟନ ଓ ସମନ୍ବୟ ସମୀକ୍ଷା କମିଟିର ବୈଠକ | News Room Odisha

ଜିଲ୍ଲା ଉନ୍ନୟନ ଓ ସମନ୍ବୟ ସମୀକ୍ଷା କମିଟିର ବୈଠକ

ବରଗଡ଼: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ଉନ୍ନୟନ ଓ ସମନ୍ବୟ ସମୀକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ,ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହା, ସିଇଓ ଆଦିତ୍ୟ କୁମାର ଗୋୟଲ ଉପସ୍ଥିତିରେ ବର୍ତ୍ତମାନ ସୁଦ୍ଧା ବରଗଡ଼ ଜିଲ୍ଲାର କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ର ଉପରେ ସମୀକ୍ଷା କରାଯାଇଥିଲା।

ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ବିକାଶ ହୋଇଥିଲା ବେଳେ ଶିକ୍ଷକ ଅଭାବରୁ ଅନେକ ସ୍କୁଲ ରେ ଶିକ୍ଷା ଦାନ ହୋଇ ପାରୁ ନାହିଁ ବୋଲି ଅଭିଯୋଗ ହୋଇଥିଲା। ସେହିପରି ବରଗଡ଼ ପୈାର ପରିଷଦ ର ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା ବେଳେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲା ରେ ବିଦ୍ୟୁତ ବିଭ୍ରାଟ ସମାସ୍ୟା ପ୍ରସଙ୍ଗ ଏହାର ସୁଧାର ପାଇଁ ପରାମର୍ଶ ଦେଇଥିଲେ।

ସେହିପରି କୃଷି ଓ କୃଷକର ବିକାଶ ପାଇଁ ଅଧିକାରୀ ମାନେ ବିଭିନ୍ନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମ୍ୟ ପାନୀୟଜଳ ସମସ୍ୟାର ସମାଧାନ ହୋଇ ପାରୁ ନଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଜିଲ୍ଲାର ଆଇସିଡିଏସ ପକ୍ଷରୁ ଶିଶୁ ମାନଙ୍କର ସମସ୍ତ ପ୍ରକାର ସରକାରୀ ଯୋଜନା ସଫଳ ରୂପାୟନ ସଂପର୍କରେ ସୂଚନା ଦେଇ ଥିଲେ। ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ଠିକ୍ ଭାବରେ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଧିମେଇ ଥିବା ଓ ଏହାର ଅସମ୍ପୂର୍ଣ୍ଣ କାର୍ଯ୍ୟ ଶିଘ୍ର ସଂପୁର୍ଣ୍ଣ କରି ବାକୁ କୁହାଯାଇଥିଲା। ଶେଷରେ ଜିଲ୍ଲା ପରିଷଦ ସିଇଓ ଆଦିତ୍ୟ କୁମାର ଗୋୟଲ ଧନ୍ୟବାଦ ଅର୍ପଣ କରିଥିଲେ।