ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂଆ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ  | News Room Odisha

ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂଆ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ 

ଭୁବନେଶ୍ୱର – ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂଆ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତ କରିଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି। ଦେବାଶିଷ ସାମନ୍ତରାୟ ଏବଂ ପ୍ରଭାସ କୁମାର ସିଂ ଉପଦେଷ୍ଟା ରହିବେ । ପ୍ରଫୁଲ କୁମାର ମଲ୍ଲିକ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ମହାସଚିବ ଭାବେ ସୁବାସ ସିଂଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ସଂଯୋଜକ ଭାବେ ୧୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରୀତି ରଞ୍ଜନ ଘଡାଇ, ପ୍ରଣବ କୁମାର ବଳବନ୍ତରାୟ, ନିରଞ୍ଜନ ବିଶି, ବିକ୍ରମ କୁମାର ପଣ୍ଡା, ଯୁଗଳ କିଶୋର ନାୟକ, ନବ କିଶୋର ମହାନ୍ତ, ପଞ୍ଚାନନ ସେନାପତି, ବୈଦ୍ୟନାଥ ଦାସ, ରାଜୀବ ମହାନ୍ତି, ଜଗଦୀଶ ବିଶ୍ବାଳଙ୍କୁ କେନ୍ଦ୍ରୀୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି ।