କଟକ ଶିଖରପୁର ଛକରେ ଭାରସାମ୍ୟ ହରାଇ ଓଲଟପଡିଲା ଗ୍ୟାସ ବୋଝେଇ ଟ୍ରକ | News Room Odisha

କଟକ ଶିଖରପୁର ଛକରେ ଭାରସାମ୍ୟ ହରାଇ ଓଲଟପଡିଲା ଗ୍ୟାସ ବୋଝେଇ ଟ୍ରକ

କଟକ – କଟକ ଶିଖରପୁର ଛକରେ ଆଜି ଭୋରରେ ଏକ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଟ୍ରକ ଓଲଟି ପଡିଛି । ଟ୍ରକଟି କଟକରୁ ଜଗତପୁର ଆଡ଼କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଆଜି ଭୋର ପ୍ରାୟ ୫ଟା ବେଳେ ଗ୍ୟାସ୍‌ ବୋଝେଇ ଟ୍ରକ ଶିଖରପୁର ଓଭରବ୍ରିଜ ଅତିକ୍ରମ କରୁଥିବା ଭାରସାମ୍ୟ ହରାଇ ବସିଥିଲେ ଡ୍ରାଇଭର । ଫଳରେ ଗାଡ଼ିଟି ପ୍ରାୟ ୫ ଫୁଟ ତଳକୁ ଖସି ପଡ଼ିଥିଲା। ସେତେବେଳେ ଟ୍ରାଫିକ କମ ଥିବାରୁ ଏକ ବଡ ଧରଣର ଦୁର୍ଘଟଣା ଟଳିଯାଇଛି।