ସୁନ୍ଦରଗଡ଼ ଜିଲ୍ଲାରେ ଆଉ ତିନି ଜଣ ସ୍କ୍ରବ୍ ପଜିଟିଭ | News Room Odisha

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ତିନି ଜଣ ସ୍କ୍ରବ୍ ପଜିଟିଭ

ସୁନ୍ଦରଗଡ଼ – ସୁନ୍ଦରଗଡ ଜିଲ୍ଲାରେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଜିଲ୍ଲାରେ ଆଉ ତିନି ପଜିଟିଭ ଚିହ୍ନଟ ହୋଇଛନ୍ତି।

ଗତକାଲି ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ମଧ୍ୟରୁ ୩ଟି ପଜିଟିଭ ଆସିଛି । ଏହା ପୂର୍ବରୁ ଶନିବାର ହୋଇଥିବା ନମୁନା ପରୀକ୍ଷାରେ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବେ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୧୮୩ରେ ପହଞ୍ଚିଛି ।

ବିଲ ଓ ଗହଳିଆ ବୁଦ୍ଧିରେ ରହୁଥିବା ଲାର୍ଭା ମାଇଟ୍ସ ନାମକ ଏକ ପୋକ କାମୁଡ଼ିବା ପରେ ତା’ ଦେହରେ ଥିବା ଓରିଏଣ୍ଟାଲ୍‌ ଶୁଶୁକ ନାମକ ଏକ ବ୍ୟାକଟେରିଆ ମଣିଷ ଶରୀର ଚର୍ମକୁ ଚାଲିଯାଇଥାଏ। ଯେଉଁ ସ୍ଥାନରେ ପୋକଟି କାମୁଡେ, ସେଠାରେ ପ୍ରଥମେ ଗୋଟିଏ ଘା’ ହୋଇଥାଏ। ଯାହାକୁ ସ୍କ୍ରବ ଟାଇଫସ୍‌ କୁହାଯାଏ। ସ୍କ୍ରବ ଟାଇଫସ ହେଲେ ଲମ୍ୱା ସମୟ ଧରି ଜ୍ୱର ହେବା ସହ ହାତଗୋଡ଼ ଓ ତଣ୍ଟି ବିନ୍ଧେ । ଝାଡ଼ା ଓ କାଶ ମଧ୍ୟ ହୋଇଥାଏ। ପ୍ରାଥମିକ ଚିକିତ୍ସା କଲେ ରୋଗ ଭଲ ହୋଇଯିବ। ହେଲେ ଯେଉଁମାନେ ବିଳମ୍ୱରେ ମେଡିକାଲ୍‌ ଆସନ୍ତି, ସେମାନଙ୍କର ମୃତ୍ୟୁ ଆଶଙ୍କା ରହିଥାଏ ।