ଲାଞ୍ଚ ମାମଲାରେ ମୋଟଙ୍ଗା ଥାନାର ପୂର୍ବତନ ଏଏସଆଇଙ୍କୁ ଜେଲ୍ | News Room Odisha

ଲାଞ୍ଚ ମାମଲାରେ ମୋଟଙ୍ଗା ଥାନାର ପୂର୍ବତନ ଏଏସଆଇଙ୍କୁ ଜେଲ୍

ଭୁବନେଶ୍ୱର – ୨୦୧୭ର ଏକ ଲାଞ୍ଚ ମାମଲାରେ ମୋଟଙ୍ଗା ଥାନାର ପୂର୍ବତନ ଏଏସଆଇ ମୁରଲୀଧର ପୃଷ୍ଟିଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି। ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ଅନ୍ୟ ଏକ ମାମଲାରେ ବି ପୃଷ୍ଟିଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି। ଉଭୟ ଦଣ୍ଡ ଏକକାଳୀନ ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୭ରେ ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ ମୁରଲୀଧର ଭିଜିଲାନ୍ସ ହାତରେ ଧରାପଡିଥିଲେ।