ଦଳବିରୋଧୀ କାର୍ଯ୍ୟପାଇଁ ମୟୂରଭଞ୍ଜ ଜିଲ୍ଲା ବିଜେଡିର ଦୁଇ ନେତା ବହିଷ୍କୃତ | News Room Odisha

ଦଳବିରୋଧୀ କାର୍ଯ୍ୟପାଇଁ ମୟୂରଭଞ୍ଜ ଜିଲ୍ଲା ବିଜେଡିର ଦୁଇ ନେତା ବହିଷ୍କୃତ

ଭୁବନେଶ୍ୱର – ମୟୂରଭଞ୍ଜ ଜିଲ୍ଲାର ଦୁଇ ବିଜେଡି ନେତାଙ୍କୁ ବହିଷ୍କାର କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳବିରୋଧୀ କାର୍ଯ୍ୟପାଇଁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ଦୁଇ ନେତାଙ୍କୁ ବହିଷ୍କାର କରାଯାଇଛି। ସେମାନେ ହେଲେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ -ଏସଡିସି ସଦସ୍ୟ ଜଲେନ ନାଏକ ଓ ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ । ଦୁଇ ନେତାଙ୍କ ବହିଷ୍କାର ନେଇ ଦଳର ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।