କଳିଙ୍ଗରେ ଆଇଏସଏଲର ଉଦଘାଟନୀ ମ୍ୟାଚରେ ଚେନ୍ନାଇ ଟିମକୁ ହରାଇଲା ଓଡିଶା ଏଫସି | News Room Odisha

କଳିଙ୍ଗରେ ଆଇଏସଏଲର ଉଦଘାଟନୀ ମ୍ୟାଚରେ ଚେନ୍ନାଇ ଟିମକୁ ହରାଇଲା ଓଡିଶା ଏଫସି

ଭୁବନେଶ୍ୱର – ଇଣ୍ଡିଆନ ସୁପରଲିଗର ଦଶମ ସିଜନରେ ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ଘରୋଇ ଓଡିଶା ଫୁଟବଲ କ୍ଲବ ଚେନ୍ନାଇନ ଫୁଟବଲ କ୍ଲବକୁ ହରାଇଛି । ଓଡିଶା ଏଫସି ୨-୦ ଗୋଲରେ ବିଜୟୀ ହୋଇଥିଲା । ଓଡିଶା ଏଫସି ପକ୍ଷରୁ ଜେରି ମାଓହିମିଙ୍ଗଥାଙ୍ଗା ୪୪ତମ ମିନିଟରେ ପ୍ରଥମ ଗୋଲ୍ ସ୍କୋର କରିଥିଲେ । ମ୍ୟାଚର ୬୨ତମ ମିନିଟରେ ଡିଏଗୋ ମୈ।ରିସିଓ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ। ଚେନ୍ନାଇ ଟିମ୍ ଆକ୍ରମଣାତ୍ମକ ଖେଳ ଖେଳିଥିଲେ ମଧ୍ୟ ଗୋଲ୍ ଦେବାର ଏକାଧିକ ସୁଯୋଗ ହାତଛଡ଼ା କରିଥିଲା ।

ସୂଚନାଯୋଗ୍ୟ ଯେ, କଳିଙ୍ଗ ଷ୍ଟାଡିୟମ ହେଉଛି ଓଡିଶା ଏଫସିର ହୋମ୍ ଗ୍ରାଉଣ୍ଡ। ଗତ ସିଜନରେ ଓଡିଶା ଏଫସି ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଥିଲା ବେଳେ ଚେନ୍ନାଇନ ଏଫସି ଅଷ୍ଟମ ସ୍ଥାନରେ ଥିଲା ।