ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜ ମନରେ ଥିବା ଅବିଶ୍ୱାସ କୁ କିପରି ଦୃର କରିବାକୁ ହେବ ତାହା ବତାଇ କହୁଛନ୍ତି –
ସ୍ମାଦଜ୍ଞାନସମ୍ଭୂତଂ ହୃତ୍ସ୍ଥଂ ଜ୍ଞାନାସିନାତ୍ମନଃ। ଛିତ୍ତ୍ୱେ÷ନଂ ସଂଶୟଂ* *ଯୋଗମାତିଷ୍ଠୋତ୍ତିଷ୍ଠ ଭାରତ।
ଭଗବାନ ତାଙ୍କ ଶିଷ୍ୟଙ୍କୁ କର୍ମଯୋଗ ଦ୍ୱାରା କିପରି ଗଭୀର ଜ୍ଞାନ ପ୍ରାପ୍ତ କରିବେ, ସେହି ଶିକ୍ଷା ପ୍ରଦାନ କରିଛନ୍ତି । ସେ ବର୍ତ୍ତମାନ ଅର୍ଜୁନଙ୍କୁ ଉପଦେଶ ଦେଉଛନ୍ତି ଯେ ଜ୍ଞାନ ଓ ବିଶ୍ୱାସର ଉପଯୋଗ କରି ତାଙ୍କ ମନର ଶଙ୍କାକୁ ଦୂର କରନ୍ତୁ । ସେ କର୍ମ କରିବାକୁ ଆହ୍ୱାନ ଦେଉଛନ୍ତି ଏବଂ ଅର୍ଜୁନଙ୍କୁ ଜାଗ୍ରତ ହୋଇ କର୍ମଯୋଗୀ ଭାବରେ ତାଙ୍କର କର୍ମ କରିବାକୁ କହୁଛନ୍ତି । କର୍ମରୁ ବିରତ ହେବା ଏବଂ କର୍ମ କରିବା, ଏପରି ଦ୍ୱିବିଧ ନିର୍ଦ୍ଦେଶ ଅର୍ଜୁନଙ୍କ ମନରେ ତଥାପି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି, ଯାହା ସେ ପରବର୍ତ୍ତୀ ଅଧ୍ୟାୟର ପ୍ରାରମ୍ଭରେ ବ୍ୟକ୍ତ କରିଛନ୍ତି।