ହାତ ଗୋଡ଼ ବନ୍ଧା ଯୁବକଙ୍କ ମୃତ ଦେହ ସାନଖେମୁଣ୍ଡି ଜଙ୍ଗଲରୁ ଉଦ୍ଧାର | News Room Odisha

ହାତ ଗୋଡ଼ ବନ୍ଧା ଯୁବକଙ୍କ ମୃତ ଦେହ ସାନଖେମୁଣ୍ଡି ଜଙ୍ଗଲରୁ ଉଦ୍ଧାର

ଛତ୍ରପୁର: ହାତ ଗୋଡ଼ ବନ୍ଧା ଅବସ୍ଥାରେ ଗାଁ ପାଖ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତ ଦେହ ମିଳିଛି। ରବିବାର ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ପଦ୍ମପୁର ପଞ୍ଚାୟତର ବୃନ୍ଦାବନପୁର ଗାଁ ପାଖ ଜଙ୍ଗଲରୁ ଏହି ଶବ ଉଦ୍ଧାର ହୋଇଛି। ମୃତକ ହେଲେ ସେହି ଗ୍ରାମର ସନାତନ ନାଇକଙ୍କ ପୁଅ ଅନୀଲ ନାଇକ (୨୦)। ଶନିବାରରୁ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ନିଖୋଜ ଥିଲେ ଅନୀଲ। ତେବେ ତାଙ୍କ ମୁଣ୍ଡ ସହ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ କାଳେ ତାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି। ପାଟପୁର ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ତନାଘନା କରୁଛି।