ବଜ୍ରପାତରେ ଗୋଟିଏ ପରିବାରର ତିନି ମହିଳାଙ୍କ ସମେତ ୪ ମୃତ | News Room Odisha

ବଜ୍ରପାତରେ ଗୋଟିଏ ପରିବାରର ତିନି ମହିଳାଙ୍କ ସମେତ ୪ ମୃତ

ଭବାନୀପାଟଣା/ କୋରାପୁଟ – ଆଜି ଅପରାହ୍ନରେ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ଅନ୍ତର୍ଗତ ଚିତାମୁଣ୍ଡା ଗ୍ରାମରେ ବ୍ରଜପାତରେ ଗୋଟିଏ ପରିବାରର ତିନି ଜଣ ମହିଳା ପ୍ରାଣ ହରାଇଛନ୍ତି। ବିଲରେ କାମ କରି ଫେରୁଥିବା ବେଳେ ବଜ୍ରପାତ ହେବାରୁ ଶାନ୍ତି ଲିମଗଛିଆ ରୂପେ ନିମଗଛିଆ ଓ ଲତା ନିମଗଛିଆଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଡାକ୍ତରଖାନା ପଠେଇ ଥିବା ଜଣାପଡିଛି।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାରଗାଁ ଠାରେ ବଜ୍ରାଘାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳିକାଙ୍କ ନାମ ଅମ୍ବିକା ହରିଜନ ।